ବିବାହ ସମୟରେ ବର କନ୍ୟା ହଳଦୀ ଲଗନ୍ତି କାହିଁକି ?

ଓଡିଆ ନୀତିବାଣୀ

    ବିବାହ ହେଉଛି ଏକ ବନ୍ଧନ ଦୁଇ ମନର, ଏହା ଏମିତି ଏକ କର୍ମ ଯାହା ଦ୍ବାରା ହୂୟ ମନର ମିଳନ ହୋଇ ଥାଏ । ଠାରୁଟିଏ ହାତ ଗଣ୍ଠି ପଡ଼ିଗଲେ ସାତ ଜନ୍ମ ପାଇଁ ମିଳନ ହୋଇଥାଏ । ଓଡିଆ ପରମ୍ପରା ରେ ବିବାହ ହେଉଛି ଏକ ରୀତି । ତେବେ କିଛି କଥା ଅଛି ଯାହାକୁ ବିବାହ ପୂର୍ବ ରୁ  ଆମ ମାନଙ୍କୁ ମାନିବାକୁ ପଡିଥାଏ। ଏହା ପୂର୍ବ ପରମ୍ପରା ର ପ୍ରଥା ଅଟେ । 

   ତେବେ ଆଜିର ଏହି ବିଷୟରେ ଆମେ ଜାଣିବା ବିବାହ ସମୟରେ ବାର ଓ କନ୍ୟା ଦୁହେଁ ହଳଦୀ ଲଗାଇ ଗାଧାନ୍ତି କଣ ପାଇଁ । ଏହି ଭଳି ଓଡିଆ ବିଧି ର ବିଧାନ ଜାଣିବା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ । 

 

    ବିବାହରେ ବର ଓ କନ୍ୟା ହଳଦୀ ଲଗାଇଲେ ଦେଇହିକ ମିଳନ ହୁଏ। ଏହା ବ୍ୟତୀତ କାମ ଉତ୍ତେଜନା ହ୍ରାସ ପାଏ ଓ ମନ ଶୃଙ୍ଖଳିତ ହୁଏ । ଦେହ କୁ ଜୀବାଣୁ ମୁକ୍ତ , ନିର୍ମଳ, ଉଜ୍ଜଳ, ସୁଗନ୍ଧିତ ଓ ଆକର୍ଷଣୀୟ କରିବା ପାଇଁ ବିବାହ ପୂର୍ବ ରୁ ହଳଦୀ ଲଗାଇବା ପରମ୍ପରା ରହିଛି। 

        ହଳଦୀ ଲଗାଇବା ଦ୍ବାରା ଚର୍ମ ରୋଗ ଭଲ ହୁଏ ଏବଂ ଚର୍ମରେ ଥିବା ରୋଗ ଜୀବାଣୁ ମାନେ ମାରିଯାଇ ଥାନ୍ତି । ହଳଦୀ ଲଗାଇବା ଦ୍ବାରା ଚର୍ମ ଉଜ୍ଜଳ ଓ କାନ୍ତି ଯୁକ୍ତ ହୁଏ ଏଠି ସହିତ ଦେହର ବାହାରୁଥୁବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ । ଜୋତିଷଙ୍କ ମତରେ ବିବାହ ସମୟରେ ହଳଦୀ ଲଗାଇଲେ ମଙ୍ଗଳ ଦୋଷ ଶାନ୍ତ ହୁଏ ଯାହା ଫଳରେ ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହୁଏ।

    Best Odia Nitibani topics available in our site. You can download Nitibani odia images and text for sharing.

Post a Comment

Previous Post Next Post